କେସିଙ୍ଗା ଲାଇଟ ମୋଟର ଡ୍ରାଇଭର ଏସୋସିଏସନର କର୍ମକର୍ତ୍ତା ଚୟନ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଲାଇଟ ମୋଟର ଡ୍ରାଇଭର ଏସୋସିଏସନର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ କେସିଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତିକ୍ରମେ ଦ୍ୱିତୀୟଥର ପାଇଁ ଯୁବ ଆଇନଜୀବୀ ଯୁଗଲ କିଶୋର ଦୀପଙ୍କୁ ମନୋନୀତ କରାଯାଇଛି । ସେହିପରି ସମ୍ପାଦକ ଭାବେ ଜିତେନ୍ଦ୍ର ଦାସ, ଉପସଭାପତି ବୁଲୁ ନାୟକ, ସହସମ୍ପାଦକ ଶିଶୁପାଳ ବାଗ, କୋଷାଧ୍ୟକ୍ଷ ଅନୀଲ ଚାନ୍ଦବାନୀ ଓ ସହକୋଷାଧ୍ୟକ୍ଷ ଭାବେ ପିତାମ୍ବର କୈବର୍ତ୍ତଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । ଏଥିସହିତ ଅଜୟ ସିକା, ଲକି ମହାନନ୍ଦ, ଭୁବନ ନାୟକ, ସଲିମ ସାହୁ ଓ ତୁଷାର ମାଝୀଙ୍କୁ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ଏହି ସଂଘ ଆଗାମୀ ଦିନରେ ଡ୍ରାଇଭରଙ୍କ ଉନ୍ନତି, ସୁରକ୍ଷା ଓ ସମସ୍ୟା ଉପରେ କାମ କରିବେ ବୋଲି ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।