ପୁଞ୍ଛ ଆକ୍ରମଣ ପଛରେ ୭ ଆତଙ୍କବାଦୀ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଞ୍ଛରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ସେନାର ୫ଜଣ ଯବାନ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ଏପରି କାର୍ଯ୍ୟକଳାପ ପରେ ସୁରକ୍ଷାବଳକୁ ବଡ଼ ଖବର ମିଳିଛି । ଖବର ମୁତାବକ, ଆକ୍ରମଣ ପରେ ଏହି ଅଞ୍ଚଳରେ ମୋଟ ୭ଜଣ ଆତଙ୍କବାଦୀ ଭିନ୍ନ ଭିନ୍ନ ସ୍ଥାନରେ ଲୁଚି ରହିଛନ୍ତି । ସେନା ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।

ଖୁଫିଆ ସୂତ୍ର ମୁତାବକ, ସେନା ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈଇବାରେ ସକ୍ରିୟ ଗ୍ରାଉଣ୍ଡ ଆତଙ୍କବାଦୀଙ୍କ ସାହଯ୍ୟରେ ଏହି ହମଲା କରାଯାଇଥିଲା ।