ଥିରୁଅନନ୍ତପୁରମ୍,ଏଜେନ୍ସି: କେରଳର ଇଡୁକି ଜିଲ୍ଲା ଅନ୍ତର୍ଗତ ପେଟିମୁଡ୍ଡି ଠାରେ ଘଟିଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ବୁଧବାର ମାଟି ଅତଡା ତଳୁ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ପୂର୍ବରୁ ୫୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ୧୫ ଜଣ ନିଖୋଜ ଅଛନ୍ତି। ଏନଡିଆରଏଫ୍ ଟିମ୍ ଗତ ୬ ଦିନ ଧରି ତଲାସି ଅଭିଯାନ ଚଳାଇଛି। ଇଡୁକି ଜିଲ୍ଲାପାଳ ଏଚ ଦିନେଶନ୍ କହିଛନ୍ତି ଯେ ୫୫ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣ ଏବେ ବି ନିଖୋଜ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ପାଣିପାଗ ଅନୁକୂଳ ରହିଥିବା ସେ ପ୍ରକାଶ କରିଛନ୍ତି।
ଗତ ୭ ତାରିଖରେ ଘଟିଥିବା ଏହି ବଡଧରଣର ଭୂସ୍ଖଳନରେ ୮୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।