ଥିରୁଅନନ୍ତପୁରମ୍: କେରଳରେ ପ୍ରତିଦିନ ରେକର୍ଡସ୍ତରରେ କରୋନା ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମେ’ ୮ରୁ ୧୬ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଲୋକଙ୍କୁ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କେରଳରେ ଗତ ୨୪ ଘଣ୍ଟାରେ ୪୧ହଜାର ୯୫୩ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୫୮ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୬୨ହଜାର ୩୬୩କୁ ବୃଦ୍ଧି ପାଇଛି। ଅନ୍ୟପଟେ ମୃତ୍ୟୁସଂଖ୍ୟା ୫,୫୬୫ରେ ପହଂଚିଛି।