କେରଳରୁ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ସ୍ଥିତି ପରଖିବା ପାଇଁ ଟିମ ପଠାଇଲା କେନ୍ଦ୍ର

ଥିରୁଅନନ୍ତପୁରମ,ଏଜେନ୍ସି: କେରଳରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ। ଉକ୍ତ ବ୍ୟକ୍ତିଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଇଥିବା ବେଳେ ସେ ୟୁଏଇ ଫେରନ୍ତା ବୋଲି ଜଣାପଡ଼ିଛି। ସେ ଏହି ରୋଗରେ ପୀଡ଼ିତ ହୋଇଛନ୍ତି କି ନାହିଁ ତାହା ଜାଣିବା ଲାଗି ସନ୍ଦିଗ୍ଧଙ୍କ ନମୁନାକୁ ପରୀକ୍ଷଣ କରାଯାଇଥିଲା। ତେବେ ତାଙ୍କ ନମୂନା ପଜିଟିଭ ଆସିଛି। ଏପଟେ ସ୍ଥିତି ପରଖିବା ପାଇଁ କେନ୍ଦ୍ର କେରଳକୁ ସ୍ବତନ୍ତ୍ର ଟିମ ପଠାଇଥିବା ଜଣାପଡ଼ିଛି।

ଆକ୍ରାନ୍ତଙ୍କ ନମୁନା ପରୀକ୍ଷଣ ପାଇଁ ପୁଣେ ଭାଇରୋଲୋଜି ଇନଷ୍ଟିଚ୍ୟୁଟକୁ ପଠାଯାଇଥିଲା। ସନ୍ଧ୍ୟାରେ ଏହାର ରିପୋର୍ଟ ପଜିଟିଭ ଆସିଛି। ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ମାତ୍ର ଏହି ଘଟଣାକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ମଙ୍କିପକ୍ସ ଭାଇରସ୍ ୟୁରୋପ, ୟୁଏସ୍‌ଏ ଓ ଅନ୍ୟ ଦେଶରେ ଆତଙ୍କ ଖେଳାଇଛି।

ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ଭାରତରେ ମକି ପକ୍ସ ସଂକ୍ରମଣର ଏହା ପ୍ରଥମ ମାମଲା। ମାତ୍ର କେରଳରେ ଏହି ସନ୍ଦିଗ୍ଧଙ୍କ ଚିହ୍ନଟ ପରେ ସ୍ଥାନୀୟ ଲୋକେ ସାମାନ୍ୟ ଭୟଭୀତ ରହିଛନ୍ତି। ଅଧିକାଂଶ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ସଂକ୍ରମିତ ପ୍ରାଣୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ।