କେରଳରେ ପ୍ରବଳ ବର୍ଷା, ଜନଜୀବନ ବ୍ୟାପକ ପ୍ରଭାବିତ

ଥିରୁଅନନ୍ତପୁରମ,ଏଜେନ୍ସି: କେରଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି। ବିଶେଷ କରି ଉତ୍ତର କେରଳର କୋଝିକୋଡ୍‌ରେ ଏହାର ଚିତ୍ର ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଗଛ ଉପୁଡ଼ି ଲୋକଙ୍କ ଘର ଭାଙ୍ଗିଛି। ସେହିଭଳି ଜମିରେ ପାଣି ଜମି ଲୋକଙ୍କ ଫସଲ ମଧ୍ୟ ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ ବର୍ଷାରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବାକୁ ବ୍ୟାପକ ପ୍ରୟାସ ଜାରି ରହିଛି।ମ