ତୈଳ ଦର ବୃଦ୍ଧି ବିରୁଦ୍ଧରେ କେନ୍ଦୁଝର ଜିଲ୍ଲା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

କେନ୍ଦୁଝର,ଏନ୍ଏନ୍ଏସ୍: ଦେଶରେ ଲଗାତାର ଭାବେ ବଢ଼ି ଚାଲିଥିବା ତୈଳ ଦରକୁ ବିରୋଧ କରି କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରୋନା ସଙ୍କଟ କାଳରେ ମୋଦୀ ସରକାର ତୈଳ ଦର ବୃଦ୍ଧି କରିବା ଯୋଗୁ ଲୋକଙ୍କ ଆର୍ଥିକାବସ୍ଥା ପ୍ରଭାବିତ ହେଉଥିବା ଜିିଲ୍ଲା କଂଗ୍ରେସ ଅଭିଯୋଗ କରିଛି।ସେଥିପାଇଁ ପେଟ୍ରୋଲ ଓ ଡିିଜେଲ ଦର ବୃଦ୍ଧିିକୁ ପ୍ରତ୍ୟାହାର କରିବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବୀ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ସମୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୋହନ ପରିଡ଼ା, ପିସିସି ସମ୍ପାଦକ ଆଲୋକ ମିଶ୍ର, ଡିସିସି କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ ଓ ସଙ୍ଗୀତା ସିଂ ପ୍ରମୁଖ ଉପସ୍ଥିତ ଥିଲେ।