କେନ୍ଦ୍ରାପଡ଼ା ସାଂସଦଙ୍କ କୁଶ ପୁତ୍ତଳିକା ଦାହ

ଆଳି,ଏନ୍ଏନ୍ଏସ୍: ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ନିର୍ଯାତନା ମାମଲା ରୁଜୁ କରିଛନ୍ତି। ସାଂସଦଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିବା ସହିତ ତାଙ୍କ ଇସ୍ତଫା ଦାବିକରି ଆଳି ବିଜେପି ମହିଳା ମୋର୍ଚ୍ଚାପକ୍ଷରୁ କୁଶ ପୁତ୍ତଳିକା ଦାହ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ପୂର୍ବତନ ବିଧାୟକ ତଥା ବିଜେପି ନେତା ଦୋଳ ଗୋବିନ୍ଦ ନାୟକ, ବ୍ରଜ ଭୂୟାଁ ଓ ରଶ୍ମୀରଞ୍ଜନ ବେହୁରାଙ୍କ ସହିତ ବିଜେପି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।