୬୦ କେଜି ଗଞ୍ଜେଇ ଜବତ, ୨ ଗିରଫ

ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳରେ ଗଞ୍ଜେଇ ଚାଲାଣ ଥମିବାର ନା ଧରୁନି। ଆଜି ରାଇକିଆ ପୁଲିସ ପୁଣି ଚଢଉ କରି ଏକ କାରରୁ ୬୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ୨ଜଣକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗୁିବାଡିର ପ୍ରେମାନନ୍ଦ ଦିଗାଲ ଓ ଜିଡୁବାଡିର ସୁନୀଲ ପ୍ରଧାନ। ସେମାନଙ୍କ ନାମରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି। ରାଇକିଆ ଜଗନ୍ନାଥ ମନ୍ଦିର ନିକଟରେ ପୁଲିସ ଏହି ଚଢଉ କରିଥିଲା।