ସମୁଦ୍ରରେ ଫସିଛି ଯାତ୍ରୀବାହୀ ଲଞ୍ଚ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍ : ଘନ କୁହୁଡ଼ି କାରଣରୁ ଏକ ଯାତ୍ରୀବାହୀ ଲଞ୍ଚ ଫସିଥିବା ନେଇ ଜଣାପଡ଼ିଛି। ତାଳଚୁଆରୁ ଚାନ୍ଦବାଲି ଯାଉଥିବା ସମୟରେ ଘନ କୁହୁଡ଼ି କାରଣରୁ ଲଞ୍ଚଟି ବାଟବଣା ହୋଇ ଫସି ରହିଛି। ନଦୀ ମୁହାଣରେ ଯାଉଥିବା ଲଞ୍ଚ ରାସ୍ତା ନଜାଣିପାରିବାରୁ ସମୁଦ୍ରକୁ ପଳାଇଥିବା ନେଇ ସୂଚନା ମିଳିଛି। ଉକ୍ତ ଲଞ୍ଚରେ ପ୍ରାୟ ୩୦ ଜଣ ଯାତ୍ରୀ ରହିଛନ୍ତି।