ସାଢେ ୪ କୋଟି ଓଡ଼ିଶାବାସୀ ମୋର ପରିବାର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଭୁବନେଶ୍ୱରରେ ଶୁକ୍ରବାର ୧୭ଜାନୁଆରୀ ଆଇଏଏସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ଅଧିକାରୀଙ୍କୁ ମାର୍ଗଦର୍ଶନ କରାଇ ନିଜର ଅଭିଭାଷଣ ଦେଇଛନ୍ତି। ଲୋକମାନେ ହିଁ ଆମର ପ୍ରଭୁ, ସେମାନେ ହିଁ ଶାସନ ବିନ୍ଦୁ। ଆମ ସରକାର ଉପରେ ସାଧାରଣ ଜନତାଙ୍କ ଅତୁଟ, ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମ ପ୍ରଭୁଖ କର୍ତ୍ତବ୍ୟ। ଆମ ସମସ୍ତଙ୍କ ପାଇଁ ଆମ ନିଜ ନିଜ ପରିବାର ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ଆମ ନିଜ ନିଜ ପିଲାଙ୍କୁ ଭଲ ପଢାଇବାକୁ ଚେଷ୍ଟା କରୁ। ଆମ ନିଜ ଭାଇ, ଭଉଣୀ ଭଲ ଚାକିରି କରନ୍ତୁ ବୋଲି ଆମେ ସମସ୍ତେ ଚାହୁଁ।

ଆମ ବାପା ମାଆ ଭଲ ସ୍ୱାସ୍ଥ୍ୟ ସେବା ସୁବିଧା ପାଆନ୍ତୁ ବୋଲି ଆମେ ଚାହୁଁ। ସାଢେ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି। ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ହେଲା ସେମାନଙ୍କ ସେବା କରୁଛି। ମୁଁ ଚାହେଁ ମୋ ପରିବାର ସମସ୍ତଙ୍କୁ ସୁଖ ସୁବିଧା ମିଳୁ। ଲୋକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ। ଲୋକମାନେ ହିଁ ଗଣତନ୍ତ୍ରର ମୂଳାଧାର, ସବୁ ପ୍ରତିଷ୍ଠାନ ଲୋକଙ୍କ ପାଇଁ। ସରକାରୀ କାର୍ୟ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ୟ୍ୟାଦା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସମ୍ମିଳନୀରେ ଉପସ୍ଥିତ ମନ୍ତ୍ରୀ, ଅଧିକାରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଛନ୍ତି। ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ କିଛି ଯୁଗାନ୍ତକାରୀ ନୂଆ ଚିନ୍ତାଧାରା ଦେବାକୁ ଆହ୍ୱାନ ଦେଇଛନ୍ତି।ଏହାସହ କହିଛନ୍ତି ଏମିତି ନୂଆ ଚିନ୍ତାଧାରା ଦିଅନ୍ତୁ ଯାହା, ଗେମ୍‍ ଚେଞ୍ଜର ହେବ।