ନୂଆଦିଲ୍ଲୀ,ଏଜେନ୍ସି: ଆଜି କରୋନାର ନୂଆ ଭାରିଆଣ୍ଟକୁ ନେଇ ଭାରତର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଆଲୋଚନା ହେବ। ଏହାସହିତ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ସ୍ୱାସ୍ଥ୍ୟବିଭାଗର ଅନେକ ପଦାଧିକାରୀ ଉପସ୍ଥିତ ରହିବେ।
ସ୍ବାସ୍ଥ ବିଭାଗର ଅଫିସରଙ୍କ ସହ ବୈଠକରେ ଦେଶରେ ଟିକାକରଣର ସ୍ଥିତି ସମ୍ପର୍କରେ ମଧ୍ୟ ରିପୋର୍ଟ ନେବେ ପ୍ରଧାନମନ୍ତ୍ରୀ। ଏହି ବୈଠକ ପୂର୍ବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ୍ ମୋଦିଙ୍କୁ ଅପିଲ୍ କରିଛନ୍ତି ଯେ ଦକ୍ଷିଣ ଆଫ୍ରିକା ସମେତ ବୋତ୍ସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍ଜିୟମ ଆଦି ୫ଟି ଦେଶକୁ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଉ। ଯାହାଫଳରେ ଆମେ ଏହା ଦ୍ୱାରା ସଂକ୍ରମିତ ହୋଇ ପାରିବା ନାହିଁ। ଏହାକୁ ନେଇ ସେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି।