ପାକ୍ ମନ୍ତ୍ରୀଙ୍କୁ କେଜରିୱାଲଙ୍କ କଡ଼ା ଜବାବ

ନୂଆଦିଲ୍ଲୀ,ଏଜେନ୍ସି : ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପାକ୍ ମନ୍ତ୍ରୀ ଫୱାଦ ହୁସେନଙ୍କୁ କଡ଼ା ଜବାବ ଦେଇଛନ୍ତି। ଗୁରୁବାର ପାକ୍ ମନ୍ତ୍ରୀ ହୁସେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବା ସହ ଆପ୍ ମୁଖ୍ୟ କେଜରିୱାଲଙ୍କୁ ମୋଦୀଙ୍କ ପ୍ରମୁଖ ସମାଲୋଚକ ରୂପେ ବର୍ଣ୍ଣନା କରିଥିଲେ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ କେଜରିୱାଲ ଟ୍ୱିଟର୍ ଜରିଆରେ ଉଲ୍ଲେଖ କରିଥିଲେ, ‘ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ। ମୋର ମଧ୍ୟ ପ୍ରଧାନମନ୍ତ୍ରୀ ଅଟନ୍ତି। ଦିଲ୍ଲୀ ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଆତଙ୍କ ସମର୍ଥକଙ୍କ ହସ୍ତକ୍ଷେପକୁ ଆମେ ବରଦାସ୍ତ କରିବୁ ନାହିଁ। ପାକିସ୍ତାନ ଯେତେ ଚାହିଁଲେ ମଧ୍ୟ ଆମ ଏକତା ଉପରେ ଆକ୍ରମଣ କରିପାରିବନି।’ ଗତ ସପ୍ତାହରେ ପାକ୍ ମନ୍ତ୍ରୀ ଫୱାଦ ହୁସେନ କହିଥିଲେ, ‘ଭାରତ-ପାକ୍ ଯୁଦ୍ଧ ହେଲେ, ଭାରତୀୟ ସେନା ପାକ୍ ସେନା ନିକଟରେ ୧୦ ଦିନରୁ ଅଧିକ କ୍ଷଣ ରହିପାରିବନି।’

ଉଲ୍ଲେଖଯୋଗ୍ୟ, ଏକ ସମ୍ବାଦ ସଂସ୍ଥାକୁ ସାକ୍ଷାତକାର ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ‘ପାକିସ୍ତାନ ତିନୋଟି ଯୁଦ୍ଧରେ ପରାସ୍ତ ହୋଇଛି। ଆଗାମୀ ଦିନରେ ଯୁଦ୍ଧ ହେଲେ, ଆମ ସେନା ୭-୧୦ ଦିନ ଭିତରେ ପାକିସ୍ତାନକୁ ମାଟି କାମୁଡ଼ିବାକୁ ବାଧ୍ୟ କରିଦେବ।’ ଏହି ଅବସରରେ ମୋଦୀ ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ ଓ ବାଲାକୋଟ୍ ଆତଙ୍କୀ ଶିବିର ଉପରେ ବାୟୁସେନା ଆକ୍ରମଣକୁ ପ୍ରମାଣ ରୂପେ ଉପସ୍ଥାପିିତ କରିଥିଲେ।