ଦିଲ୍ଲୀରେ ଶାହ ବନାମ କେଜ୍ରିୱାଲ ମଡେଲ: ଉପମୁଖ୍ୟମନ୍ତ୍ରୀ ସିସୋଦିୟା

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି କି, ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଦୁଇଟି ମଡେଲ ରହିଛି, ଗୋଟିଏ ହେଲା କେଜ୍ରିୱାଲ ଓ ଅନ୍ୟଟି ଶାହ।

ଉପମୁଖ୍ୟମନ୍ତ୍ରୀ ସିସୋଦିୟାଙ୍କ କହିବା ମୁତାବକ, ଅମିତ ଶାହଯୁକ୍ତ ମଡେଲରେ କରୋନା ରୋଗୀଙ୍କୁ ପ୍ରଥମେ ହସ୍ପିଟାଲ ଯିବାକୁ ପଡ଼ିବ ଆଉ ସେଠାରେ ହିଁ ତାଙ୍କ ଯାଂଚ କରାଯିବ। କିନ୍ତୁ କେଜ୍ରିୱାଲଙ୍କ ମଡେଲରେ ଦିଲ୍ଲୀ ସରକାରଙ୍କ ମେଡିକାଲ ଟିମ ଘରକୁ ଯାଇ କରୋନା ରୋଗୀଙ୍କୁ ଯାଂଚ କରିବ। ଏସବୁ ମଧ୍ୟରେ ସେ ଆହୁରି କହିଛନ୍ତି କି, ଆମକୁ ଏବେ ଏମିତି ମଡେଲର ଆବଶ୍ୟକତା ରହିଛି ଯେଉଁଥିରେ ଲୋକଙ୍କୁ କମ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସେଥିପାଇଁ ଏଲଜି ସାହେବଙ୍କୁ କହି ଗୃହମନ୍ତ୍ରୀଙ୍କୁ ନୂଆ ସ୍ୱାସ୍ଥ୍ୟ ବ୍ୟବସ୍ଥା ବଦଳରେ ପୁରୁଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗୁ କରିବା ଦରକାର। କ୍ୱାରେଣ୍ଟାଇନ ସେଣ୍ଟରକୁ ଯାଇ କରୋନା ଯାଂଚ କରିବାକୁ ପଡ଼ୁଥିବାରୁ ଦିଲ୍ଲୀବାସୀ ଖୁବ୍ ଦୁଃଖୀ ଅଛନ୍ତି। ଆଉ ସମସ୍ତଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପଠାଇବାର କ୍ଷମତା ମଧ୍ୟ ଆମ ପାଖରେ ନାହିଁ। ହୋମ୍ କ୍ୱାରେଣ୍ଟାଇନ ନିୟମ ବଦଳିଥିବାରୁ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ଏଭଳି ସ୍ଥିତିରେ ନିଜ ଭିତରେ ଥିବା ମନାନ୍ତରକୁ ଭୁଲି ଆମକୁ ଏକତ୍ରିତ ହୋଇ କାମ କରିବାକୁ ପଡ଼ିବ।