ସୋଲବନ୍ଧ କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ କସ୍ତୁରବାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ବ୍ଲକ ସୋଲବନ୍ଧ ଗାଁରେ ଥିବା ସରକାରୀ କସ୍ତୁରବା ମହିଳା ସ୍କୁଲରେ କସ୍ତୁରବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ପାଟଣାଗଡ଼ ଶିକ୍ଷାଧିକାରୀ ବିଇଓ ଶଙ୍କର ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ । ଓଡ଼ିଶାରେ ଥିବା କସ୍ତୁରବା ସ୍କୁଲର ପ୍ରଥମ ମୂର୍ତ୍ତି ଭାବେ ପରିଗଣିତ । ଏହି ଅବସରରେ ଛାତ୍ରୀଙ୍କ ଶାରୀରିକ ଶିକ୍ଷା ପାଇଁ ଜିମ ମଧ୍ୟ ଉଦଘାଟନ କରାଯାଇଛି । ଏଥିରେ ସ୍କୁଲର ପ୍ରଧାନଶିକ୍ଷକ ମିତ୍ରଭାନୁ ମାଝୀ, ସ୍କୁଲ କମିଟିର ସଭାପତି ସିଦ୍ଧେଶ୍ୱର ମାଝୀ, ଶିକ୍ଷୟତ୍ରୀ ଓ ଛାତ୍ରୀମାନେ ଯୋଗ ଦେଇଥିଲେ ।