ଖୁବ୍‌ଶୀଘ୍ର କାଶ୍ମୀର ହେବ ଜିରୋ ଟେରୋରିଷ୍ଟ ଜୋନ୍‌: କାଶ୍ମୀର ଆଇଜିପି

ପୁଲୱାମା,ଏନ୍ଏନ୍ଏସ୍: ଜମ୍ମୁ-କାଶ୍ମୀର ସୀମାରେ ଏବେ ଆତଙ୍କବାଦୀଙ୍କ ବିପକ୍ଷରେ ଅପରେସନ୍ ଜୋରଦାର କରାଯାଉଛି। ଗତ କିଛି ମାସ ମଧ୍ୟରେ ଅନେକ ଅପରେସନ୍ କରାଯାଉଥିବାରୁ ଆତଙ୍କବାଦୀ ସଂଗଠନ ମାନେ ଏବେ ବିଚଳିତ ହୋଇ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି।

ନିକଟରେ ଶୋପିଆନ୍‌ରେ କାଶ୍ମୀର ପଣ୍ଡିତ୍‌ଙ୍କ ଉପରେ ଆକ୍ରମଣ କରିବା ପରେ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର। ଆଇଜିପିଙ୍କ ସୂଚନା ଅନୂଯାଇ ଗତବର୍ଷ ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ ୬୬ ଆତଙ୍କବାଦୀ ନିହତ ହୋଇଛନ୍ତି। ୪ ମାସରେ ଅନେକ ବଡ଼ ବଡ଼ ଅରେଶନ ରେ ସଫଳ ହୋଇଛୁ। ତେଣୁ ବର୍ତ୍ତମାନ ଆତଙ୍କବାଦୀ ଗୋଷ୍ଟି ବିଚଳିତ ହୋଇ ସାଧାରଣ ଲୋକଙ୍କୁ ଟାର୍ଗେଟକୁ ଟାର୍ଗେଟ କରୁଛନ୍ତି।

ପୁଲୱାମାରେ କାର୍ଯ୍ୟ କରୁଥିବା ୨ ଅଣ-ସ୍ଥାନୀୟ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସେ କହିଛନ୍ତି। ଶୋପିଆନ୍‌ରେ ଏକ ଦୁର୍ଗମ ଗାଁରେ କାଶ୍ମୀରୀ ପଣ୍ଡିତଙ୍କ ଉପରେ ଆକ୍ରମଣ ହୋଇଥିଲା। ଉଭୟ ଘଟଣା ଉପରେ ଆମର ନଜର ରହିଛି। ଏବଂ ଖୁବଶୀଘ୍ର କାଶ୍ମୀରକୁ ଜିରୋ ଆତଙ୍କବାଦୀ କରାଯିବ ବୋଲି କହିଛନ୍ତି କାଶ୍ମୀର ଆଇଜିପି ବିଜୟ କୁମାର।