ଗୋରଖପୁରରେ ଯବାନଙ୍କ ଉପରେ ଆକ୍ରମଣ ଘଟଣା: ସହାରନପୁର ସମେତ ୩ ଜିଲ୍ଳାରେ ଚଢ଼ଉ

ଗୋରଖପୁର,ଏଜେନ୍ସି: ଉତ୍ତର ପ୍ରଦେଶର ଗୋରଖପୁରରେ ମନ୍ଦିରର ସୁରକ୍ଷା ପାଇଁ ମୁତୟନ ହୋଇଥିବା ୨ ଜଣ ସିପାହୀଙ୍କ ଉପରେ ଆକ୍ରମଣ ଘଟଣାରେ ପୁଲିସ ସହରାନପୁର ସମେତ ୩ ଜିଲ୍ଲାରେ ଚଢ଼ଉ କରିଛି। ଏହି ଘଟଣାରେ ପୁଲିସ ଜଣେ ମୌଲାନାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ମୁର୍ତଜାର କଲ ଡିଟେଲ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରସ୍ତୁତି ଚାଲିଛି।

ପୋଲିସ ସହରାନପୁର, ସିଦ୍ଧାର୍ଥନଗର ଓ ମହାରଜନଗରରେ ଚଢ଼ଉ କରିଛି। ମୁଖ୍ୟ ଅଭିଯୁକ୍ତ ଅହମଦ ମୁର୍ତଜା ଅବ୍ବାସୀକୁ ପଚରାଉଚରା କରିଛି। କୁହାଯାଉଛି ଯେ, ସହାରନପୁରର ଫତେପୁରରୁ ଜଣେ ମୌଲାନାଙ୍କୁ ଅଟକ ରଖାଯାଇ ପୋଲିସ ପଚରାଉଚରା କରୁଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ମୁତର୍ଜାର କଲ ଡିଟେଲ୍ସ ଯାଞ୍ଚ କରୁଛି। ମୁତର୍ଜା ୨୮ ଡଲାର (୨୧୧୩ ଟଙ୍କା)ରେ ଏକ ବିଦେଶୀ ସିମ୍‌ କାର୍ଡ ମଧ୍ୟ କିଣିଥିଲା।

ପୁଲିସକୁ ନୂଆ ତଥ୍ୟ ମିଳିଛି ଯେ ଅଭିଯୁକ୍ତ ମୁର୍ତଜା ଛାତ ଉପରେ ସୁଟିଂ ପାଇଁ ଅଭ୍ୟାସ କରୁଥିଲା। ସ୍ବତନ୍ତ୍ର ଟିମ୍‌ ଜୌନପୁରସ୍ଥିତ ଶ୍ବଶୁର ଘରକୁ ଯାଇଥିଲା। ସେଠାରେ ପଚରାଉଚରା ସମୟରେ ତଦନ୍ତ ସମୟରେ ପୋଲିସକୁ ଏକ ଏୟାର ଗନ୍‌ ମିଳିଥିଲା। ସେ ବିଗତ କିଛି ବର୍ଷ ହେବ ଘରର ଛାତ ଉପରେ ଥିବା ଖାଲି ସ୍ଥାନରେ ସୁଟିଂ ଶିଖୁଥିଲା। ଏଥି ପାଇଁ ଏୟାର ଗନ୍‌ ବ୍ୟବହାର ହେଉଥିଲା। ମୂର୍ତାଜା ୨୦୧୯ରେ ସବଜୀ ମଣ୍ଡି ନିବାସୀ ମୁଜାଫରୁଲ ହକ୍‌ଙ୍କ ଝିଅ ସଲମା ଓରଫ ଶାଦମା ସହିତ ହୋଇଥିଲା।

ଏହା ପୂର୍ବରୁ ଅଭିଯୁକ୍ତର ପିତା ବୟାନ ଦେଇଥିଲେ। ସେ କହିଥିଲେ ଯେ, ଅଭିଯୁକ୍ତ ଅହମଦ ମୁର୍ତଜା ମାନସିକ ଭାବେ ଅନଗ୍ରସର। ତାର ମାନସିକ ସ୍ଥିତି ଠିକ୍‌ ନଥିବାରୁ ମନ୍ଦିରରେ ମୁତୟନ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲା।

ମୁର୍ତଜାଙ୍କ ପିତା କହିଛନ୍ତି ଯେ, ଅଭିଯୁକ୍ତ ଜନ୍ମରୁ ରୋଗୀ ଥିଲା। ଆମକୁ ଜଣା ନଥିଲା ଯେ, ୨୦୧୮ ଆସବା ପରେ ଏହି ରୋଗ ବିପଦ ସ୍ଥିତିରେ ପହଞ୍ଚିବ। ଚାକିରି ସମୟରେ ମଧ୍ୟ ମାସକ-୨ ମାସ ମଧ୍ୟରେ ରୁମ୍‌ରେ ଅଚେତ ହୋଇ ପଡ଼ିଯାଇଥାଏ। ଚାକିରି ସମୟରେ ମଧ୍ୟ ଠିକ ଭାବେ କାମ କରୁ ନଥିଲା। ଆମେ ପୁଅର ଚିକିତ୍ସା ଗୁଜରାଟର ଅହମଦାବାଦରେ ମଧ୍ୟ କରାଇଛୁ। ତାର ମାନସିକ ସ୍ଥିତି ଭଲ ନୁହେଁ ବୋଲି ପିତା ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, ଅହମଦ ମୁର୍ତଜା ରବିବାର ୨ ଜଣ ସିପାହୀଙ୍କୁ ଆକ୍ରମଣ କରିଥିଲା। ଗୋରଖପୁର ଅଞ୍ଚଳର ଅଭିଯୁକ୍ତ ଅହମଦ ନିକଟରେ ମୁମ୍ବାଇରୁ ଆସିଥିଲା। ମନ୍ଦିରରେ ଚେକିଂ ସମୟରେ ଦୁର୍ବୃତ୍ତକୁ ଯବାନମାନେ ଅଟକାଇଥିଲେ। ଏଥିରେ ସେ ଉତ୍‌କ୍ଷିପ୍ତ ହୋଇ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲା। ଅତର୍କିତ ଆକ୍ରମଣ ପରେ ଲୋକ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନ୍ୟ ପୋଲିସ କର୍ମୀ ମଧ୍ୟ ଦୌଡ଼ି ଆସିଥିଲେ। ଆକ୍ରମଣକାରୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କର ମାଡ଼ରେ ଯୁବକ ଆହତ ହୋଇଥିଲା। ୨ ସିପାହୀ ସମେତ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।