ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମୀ

ଡେରାଡୁନ୍‌,ଏଜେନ୍ସି: ଉତ୍ତରାଖଣ୍ଡର ଆଜି ଦ୍ୱାଦଶତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମୀ। ଆଜି ଅପରାହ୍ନରେ ପଦ ଓ ଗୋପୀନୟତାର ଶପଥ ଗ୍ରହଣ କରିବେ। ଏହି ଅବସରରେ ରାଜଧାନୀ ଡେରାଡୁନକୁ ସୁସଜ୍ଜିତ କରାଯାଇଛି। କାର୍ଯ୍ୟକ୍ରମର ଆୟୋଜନ ଡେରାଡୁନର ପରେଡ ଗ୍ରାଉଣ୍ଡରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପୁଷ୍କର ଧାମୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ପୁଷ୍କର ସିଂହ ଧାମୀଙ୍କ ନୂଆ କ୍ୟାବିନେଟରେ ସାମିଲ ହେବାକୁ ଥିବା ଲୋକଙ୍କୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ରାଜଭବନରୁ ସୂଚନା ଦିଆଯିବ।

ପୁଷ୍କର ସିଂହ ଧାମୀଙ୍କ ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ଲୋକଙ୍କୁ ସାମିଲ କରାଯାଇପାରେ। ମନ୍ତ୍ରିମଣ୍ଡଳରେ ଯେଉଁ ପୁରୁଣା ବ୍ୟକ୍ତି ଫେରିବା ଆଶଙ୍କା ରହୁଛି ସେମାନଙ୍କ ମଧ୍ୟରେ ଧନସିଂହ ରାୱତ, ସତପାଲ ମହାରାଜ, ରେଖା ଆର୍ଯ୍ୟ, ଅରବିନ୍ଦ ପାଣ୍ଡେ, ପ୍ରେମଚନ୍ଦ୍ର ଅଗ୍ରୱାଲ, ମଦନ କୌଶିକ, ବିଶନ ସିଂହ ଚୁଫାଲ ଓ ବଂସୀଧର ଭଗତ ପ୍ରମୁଖ। ମନ୍ତ୍ରିମଣ୍ଡଳରେ ଯୁବ ବିଧାୟକଙ୍କୁ ମଧ୍ୟ ସାମିଲ କରାଯାଇପାରେ। ଲାଲକୁଆଁରୁ ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କୁ ପରାସ୍ତ କରିଥିବା ମୋହନ ସିଂହ ବିଷ୍ଟଙ୍କୁ ମନ୍ତ୍ରୀ ପଦ ମିଳିପାରେ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡର ୭୦ ବିଧାନସଭା ନିର୍ବାଚନରେ ବିଜେପିକୁ ୪୭ଟି ଆସନ ପ୍ରାପ୍ତ ହୋଇଛି। କଂଗ୍ରେସକୁ ୧୯ ଓ ବହୁଜନ ସମାଜ ପାର୍ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୨-୨ ଆସନ ମିଳିଛି।