ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଶିଷକେଲା ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରାୟଣ ଗାୟକ ଭାବେ ସଞ୍ଜୟ ସାହୁ ପୂରାଣ ପଠନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଜେପି ଦଳର ବରିଷ୍ଠ ନେତା ନବୀନ ଜୈନ ଯୋଗଦେଇ ଥିବା ବେଳେ ବ୍ଲକ୍ ଉପାଧ୍ୟାକ୍ଷ ଗୁଣ ସାଗର ମାଝୀ, ସମିତି ସଭ୍ୟ ଉମାକାନ୍ତ ରଣା, ବେଲଗାଁ ଜିଲ୍ଲା ପରିଷଦ ସଭ୍ୟା ରୀତିରାଣୀ ହାତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୋଟିଏ ମଞ୍ଚରେ ତିନି ଦଳର ନେତାଙ୍କୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ଆଲୋଚନା ମଧ୍ୟ ଦେଖା ଦେଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଲୋକେ ଉପସ୍ଥିତ ଥିଲେ।