ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପ୍ରକାଶ ପାଇଲା ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପରୀକ୍ଷାର ମେରିଟ୍ ଲିଷ୍ଟ୍। ଏଥିରେ ମୋଟ ୧୧୦୪ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ କମିସନ୍ ବା ଓପିଏସ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ ଆସନ୍ତା ଆସନ୍ତା ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ହେବ। ପରେ ଆସନ୍ତା ୨୭ ତାରିଖରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା କରାଯିବ। ଅଗଷ୍ଟ ୨୭ରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପାଇଁ ହୋଇଥିଲା ଲିଖିତ ପରୀକ୍ଷା। କୃତୀ ପ୍ରାର୍ଥୀମାନେ www.opsc.gove.in କୁ ଯାଇ ତାଲିକା ଦେଖିପାରିବେ।