ଲୋକ କଳା ଗ୍ରାମରେ କାର୍ତ୍ତିକ ପୂର୍ଣିମା ମହୋତ୍ସବ ଓ ପ୍ରତିଯୋଗିତା

ଦେବଗଡ଼,ଏନ୍ଏନ୍ଏସ୍: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଦେବଗଡ଼ ଜିଲ୍ଲା ଦୁଧିଆନାଳି ପଞ୍ଚାୟତ ଅନ୍ତର୍ଗତ ଭେରୁବଣି ଗ୍ରାମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ କାର୍ତ୍ତିକ ପୂର୍ଣିମା ମହୋତ୍ସବ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରଥମ ଲୋକକଳା ଗ୍ରାମ ମାନ୍ୟତା ପାଇଥିବା ଭେରୁବଣି ଗ୍ରାମରେ ଏହି ମହୋତ୍ସବ ପାଳନ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଗ୍ରାମର ମହିଳାମାନେ ନିଜ ନିଜ ଘର ସମ୍ମୁଖରେ ଝୋଟି ଆଙ୍କି ଗାଁ ପୋଖରୀରେ ଡଙ୍ଗା ଭସାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ମଧ୍ୟାହ୍ନରେ ଗ୍ରାମରେ ହୁଳହୁଳି, ଲଷ୍ମୀ ପୁରାଣ ପଠନ, ପିଠାପଣା ପ୍ରସ୍ତୁତି, ଝୋଟି ଚିତା ଓ ଓଡ଼ିଆଣି ବେଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ବିଭାଗ ପକ୍ଷରୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।