ବିଜେପିରେ ଯୋଗଦେଲେ ପୂର୍ବ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜର ଶତାଧିକ ସମର୍ଥକଙ୍କ ସହ ଶ୍ରୀ ସାହୁ ବିଜେପିରେ ଯୋଗ ଦେଇଛନ୍ତି।

ବିଜେପିରେ ଯୋଗ ଦେବା ପରେ ସଞ୍ଜୀବ ସାହୁ କହିଛନ୍ତି ଯେ, ବିଜେପିର ନୀତି ଓ ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ଓ ପ୍ରଭାବିତ ହୋଇ ସେ ଦଳରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ସଞ୍ଜୀବ ସାହୁ ବୀରମହାରାଜପୁର ଓ ଆଠମଲ୍ଲିକରୁ ୪ଥର ବିଧାୟକ ଥିଲେ। ଗତ ନିର୍ବାଚନରେ ବିଜେଡି ତାଙ୍କୁ ଆଠମଲିକରେ ଲଢ଼ିବା ପାଇଁ ଟିକେଟ ଦେଇନଥିଲା। ଫଳରେ ନିକଟରେ ସେ ବିଜେଡି ଛାଡ଼ିଥିଲେ।