ପିଏଫଆଇ ଓ ଏନଆଇଏ ଆକ୍ସନ ମଧ୍ୟରେ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ(ଏନଆଇଏ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ(ପିଏଫଆଇ) ଠିକଣାରେ ରେଡ ଜାରି ରହିଛି । ଇତିମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଉକ୍ତ ବୈଠକରେ ପିଏଫଆଇ ସହ ଜଡ଼ିତ ପରିସରରେ କରାଯାଉଥିବା ରେଡ ଓ ଆତଙ୍କବାଦ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା କରାଯାଉଛି ।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଓ ରାଷ୍ଟ୍ରୀୟ ଅନ୍ୱେଷଣ ଅଧିକରଣ ମହାନିର୍ଦ୍ଦେଶକ ଦିନକର ଗୁପ୍ତା ସମେତ ବହୁ ଶୀର୍ଷ ଅଧିକାରୀ ସାମିଲ ଥିଲେ ।