ନୂଆଦିଲ୍ଲୀ: ହିଜାବକୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ହାଇକୋର୍ଟ ବଡ଼ ଫଇସଲା ଶୁଣାଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି ଯେ, ହିଜାବ ମୁସଲମାନ ସମ୍ପ୍ରଦାୟର ବାଧ୍ୟତାମୂଳକ ଅଂଶ ନୁହେଁ । ଆଉ ସ୍କୁଲ ଛାତ୍ର ୟୁନିଫର୍ମ ପିିନ୍ଧିବାକୁ ବାରଣ କରିପାରିବେ ନାହିଁ । ଏଥିସହିତ ମୁସଲମାନ ଛାତ୍ରୀଙ୍କ ତରଫରୁ କଲେଜରେ ହିଜାବ ପିନ୍ଧିବାକୁ ନେଇ ଦାୟର ହୋଇଥିବା ପିଟିସନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି । ଏହାପୂର୍ବରୁ ଯେପରି କୌଣସି ଅପ୍ରିୟ ଘଟଣା ନ ଘଟିବ ସେଥିପାଇଁ କର୍ଣ୍ଣାଟକର ଅନେକ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଥିଲା ।
ସୂଚନାଯୋଗ୍ୟ, ହିଜାବ ବିବାଦ ମଧ୍ୟରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା କରାଯାଇଥିଲା । ଏହି ମାମଲାକୁ ନେଇ ସମଗ୍ର ଦେଶରେ ପ୍ରଦର୍ଶନ ମଧ୍ୟ କରାଯାଇଥିଲା ।