କର୍ଣ୍ଣାଟକ ବନ୍ଦ: ୪୪ ବିମାନ ବାତିଲ ଓ ୧୪୪ ଧାରା ଜାରି

ବାଙ୍ଗାଲୁରୁ: ତାମିଲନାଡ଼ୁକୁ କାବେରୀ ନଦୀ ପାଣି ଦେବା ବିରୋଧରେ କର୍ଣ୍ଣାଟକରେ ରାଜ୍ୟବ୍ୟାପୀ ବନ୍ଦ ଡକାଯାଇଛି । ଏହି ବନ୍ଦକୁ କନଡ଼ ସଂଗଠନର ଏକ ପ୍ରମୁଖ ସଂଗଠନ ‘କନ୍ନଡ ଔକ୍କୁଟା’ ତରଫରୁ ଡକାଯାଇଥିବା ଜଣାପଡ଼ିଛି । ରାଜ୍ୟରେ ଏହି ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ବାଙ୍ଗାଲୁରୁ ଆନ୍ତର୍ଜାତୀୟ ଏୟାରପୋର୍ଟରେ ଉଡ଼ାଣ ଭରୁଥିବା ପାଖାପାଖି ୪୪ ବିମାନ ବାତିଲ କରାଯାଇଛି । ଅନ୍ୟପଟେ କର୍ଣ୍ଣାଟକ ପତାକା ସହ ବାଙ୍ଗାଲୁରୁ ଏୟାରପୋର୍ଟ ଭିତରେ ପଶିବାକୁ ଚେଷ୍ଟା କରିଥିଲେ । ଏମାନେ କିଛି ବାଧା ସୃଷ୍ଟି କରିବା ପୂର୍ବରୁ ଏମାନଙ୍କୁ ତୁରନ୍ତ ହେପାଜତରେ ନିଆଯାଇଥିଲା । ହେପାଜତରେ ନେବା ସମୟରେ ୫ଜଣଙ୍କ ପାଖରୁ ଟିକେଟ ମିଳିଥିଲା ।

ଏହି ବନ୍ଦ ଡାକରା ଯୋଗୁ ଅନେକ ସହରରେ ଜନଜୀବନ ବାଧାପ୍ରାପ୍ତ ହୋଇଛି । ଏହାର ପ୍ରଭାବ ବାଙ୍ଗାଲୁରୁ ଓ ରାଜ୍ୟର ଦକ୍ଷିଣୀ ଅଞ୍ଚଳରେ ଜବରଦସ୍ତ ସମର୍ଥନ ମିଳିଛି । ବାଙ୍ଗାଲୁରୁ ସହର, ମାଣ୍ଡ୍ୟା, ମଇଶୁର, ଚାମରାଜନଗର, ରାମନଗର ଓ ହସନ ଜିଲ୍ଲାରେ କୌଣସି ପ୍ରକାର ଅପ୍ରିୟ ଘଟଣା ରୋକିବା ଲାଗି ଧାରା ୧୪୪ ଲାଗୁ କରାଯାଇଛି । ଏହି ଜିଲ୍ଲାର ସ୍କୁଲ ଓ କଲେଜ ବନ୍ଦ କରାଯାଇଛି ।