ବଲୁଚିସ୍ତାନରେ ବିସ୍ଫୋରଣ: ୩୪ ମୃତ

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନ ପ୍ରାନ୍ତରେ ଏକ ବିସ୍ଫୋରଣରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ପୁଲିସ ବଳର କିଛି ଲୋକ ମଧ୍ୟ ସାମିଲ ରହିଛନ୍ତି । ଏନେଇ ପାକିସ୍ତାନୀ ଖବରକାଗଜ ଡନ୍ ସୂଚନା ପ୍ରଦାନ କରିଛି ।

ମାସ୍ତୁଙ୍ଗର ଆସିଷ୍ଟାଣ୍ଟ ଅତ୍ତାହୁଲ ମୁନୀମ କହିଛନ୍ତି ଯେ, ବଲୁଚିସ୍ତାନର ମସ୍ତୁଙ୍ଗରେ ଅଲ ଫଲାହ ରୋଡସ୍ଥିତ ମଦିନା ମସଜିଦ ପାଖରେ ଏକ ବିସ୍ଫୋରଣ ଘଟିଛି । ଲୋକମାନେ ଇଦ ମିଲାଦ-ଉନ-ନବୀ ଅବସରରେ ଏକ ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଏକତ୍ରିତ ହୋଇଥିଲେ ।