କାର୍ଗିଲ ବିଜୟ ଦିବସ; ପ୍ରଧାନମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,ଏଜେନ୍ସି: କାର୍ଗିଲ ବିଜୟ ଦିବସକୁ ପୁରିଛି ୨୨ ବର୍ଷ। ଏହି ଅବସରରେ ବୀର ସହିଦ ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ। କାର୍ଗିଲ ବିଜୟ ଦିବସ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କାର୍ଗିଲ ବୀର ସହିଦଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ପ୍ରଧାନମନ୍ତ୍ରୀ ଗତ ବର୍ଷ ‘ମନକି ବାତ’ର ଏକ ଅଶଂକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି କାର୍ଗିଲ ବିଜୟ ଦିବସ ସାରା ଦେଶ ପାଳନ କରୁଛି। ଆମେ ବୀର ସହିଦଙ୍କ ବୀରତ୍ବ ଓ ବଳିଦାନକୁ ମନେ ପକାଉଛୁ।

-ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ କାର୍ଗିଲ ବିଜୟ ଦିବସ ଅବସରରେ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସ୍ମୃତି ଚାରଣ କରିଛନ୍ତି। ସେହିପରି ଲୋକସଭା ବାଚସ୍ପତି ମଧ୍ୟ ସେନାର ଅଦ୍ୟମ ସାହାସ ଧର୍ୟ୍ୟ, ଆତ୍ମ ବିଶ୍ବାସ, ବୀରତ୍ବ ଓ ବଳିଦାନକୁ ପ୍ରଣାମ କରିବା ସହ ଆଗାମୀ ପିଢି ପାଇଁ ଏହା ପ୍ରେରଣାଦାୟୀ ବୋଲି କହିଛନ୍ତି।

କାର୍ଗିଲ ବିଜୟ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା ସହ ୩ ସେନା ପ୍ରମୁଖ ମଧ୍ୟ ବୀର ସହିଦଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଏହାସହ ଟ୍ବିଟ କରି ଭାରତୀୟ ସେନାର ଅଦ୍ୟମ ସାହାସ, ପରାକ୍ରମ ଓ ବଳିଦାନକୁ ପ୍ରଣାମ କରିଛନ୍ତି ଶ୍ରୀ ସିଂହ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କାର୍ଗିଲ ବିଜୟ ଦିବସ ଅବସରରେ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତି ଚାରଣ କରିଛନ୍ତି। ଶାହା କହିଛନ୍ତି ଆପଣଙ୍କ ଧର୍ୟ୍ୟ, ସାହାସ ବୀରତ୍ବ ଓ ବଳିଦାନ ପାଇଁ ଦୁର୍ଗମ ପାହାଡିଆ ଅଞ୍ଚଳରେ ପ୍ରତିକୂଳ ସ୍ଥିତିରେ ତ୍ରିରଙ୍ଗା ଉଡାଇବା ଗର୍ବର ବିଷୟ। ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆପଣଙ୍କ ସମର୍ପଣକୁ କୃତଜ୍ଞ ରାଷ୍ଟ୍ର ପ୍ରଣାମ କରୁଛି ବୋଲି ଶାହା କହିଛନ୍ତି।