ମହାରାଷ୍ଟ୍ରରେ ବନ୍ୟା-ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୧୪୯କୁ ବୃଦ୍ଧି, ପ୍ରଭାବିତ ଅଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,ଏନ୍ଏନ୍ଏସ୍: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଜିଲ୍ଲାଗୁଡ଼ିକରେ ସ୍ୱତନ୍ତ୍ର ଏନଡିଆରଏଫ ଟିମ ମୁତୟନ ହେବେ। ବନ୍ୟା ପ୍ରଭାବିତ ଚିପଲୁନ ଅଞ୍ଚଳ ପରିଦର୍ଶନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଳ୍ପଦିନ ମଧ୍ୟରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ।

ସିଏମଓ ମହାରାଷ୍ଟ୍ର ପକ୍ଷରୁ କୁହାଯାଇଛି ଯେ, ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ବନ୍ୟା ନିୟନ୍ତ୍ରଣ ପ୍ରଣାଳୀର ବ୍ୟବସ୍ଥା କରିବୁ। ରାଜ୍ୟର ବନ୍ୟାସ୍ଥିତି ନେଇ ସମୀକ୍ଷା କରାଯିବ। ଏହା ପରେ ବନ୍ୟା ପ୍ୟାକେଜ ଘୋଷଣା କରାଯିବ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଥିଲା। ମୁମ୍ବାଇ ସମେତ ପୁନେ ଏବଂ ରାୟଗଡ଼ା ଜିଲ୍ଲାରେ ବର୍ଷା ଯୋଗୁଁ ପ୍ରବଳ କ୍ଷତି ହୋଇଥିଲା।