ଭିଜିଲାନ୍ସ ପଞ୍ଝାରେ ଜିପିଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

କଣ୍ଟାବାଞ୍ଜି,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ତୁରେକେଲା ବ୍ଲକ ଗ୍ରାମ ପଞ୍ଚାୟତ ଅଫିସର(ଜିପିଓ)। ବ୍ଲକ୍ ଗ୍ରାମ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ସୋନପୁରରେ ଭିଜିଲାନ୍ସ ଟିମ ଚଢ଼ଉ କରିଛି।

କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସ ଭବନ, ତୁରେକେଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଫଟୋ ଷ୍ଟୁଡିଓରେ ଚଢ଼ଉ ହୋଇଛି।