ସାମ୍ନାକୁ ଆସିଲା ଏସିଏଫଓ ସୌମ୍ୟରଞ୍ଜନଙ୍କ ହାତ ଲେଖା ଚିଠି

କଟକ,ଏନ୍ଏନ୍ଏସ୍: ସାମ୍ନାକୁ ଆସିଲା ଏସିଏଫଓ ସୌମ୍ୟରଞ୍ଜନଙ୍କ ହାତଲେଖା ଚିଠି। ହାତ ଲେଖାରେ ଅନେକ କଥା ଲେଖିଛନ୍ତି ସୌମ୍ୟରଞ୍ଜନ। ଫେବ୍ରୁଆରୀ ୨୨ ଓ ୨୩ରେ ଏହି ଚିଠି ଲେଖିଛନ୍ତି ସୌମ୍ୟରଞ୍ଜନ। ତାଙ୍କ ଲେଖାରେ ରହିଛି- ‘ମୁଁ କେବଳ ତୁମଠାରୁ ଜଣେ ଭଲ ପତ୍ନୀ ଓ ଜଣେ ବନ୍ଧୁର ବ୍ୟବହାର ଆଶା କରେ। ମୁଁ ମୋ ଚାକିରିରୁ ଇସ୍ତଫା ଦେଇ ତୁମର ଚାକର ହୋଇ ରହିବି। ମୋତେ କେବଳ ତୁମ ପାଦ ତଳେ ଟିକେ ଜାଗା ଦିଅ।’ ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଛି।

ଏହାସହ ୨୦୨୧ ଫେବୃଆରୀ ୨୨ ତାରିଖରେ ଉକ୍ତ ଡାଏରୀରେ ଆଉ ଏକ ପ୍ରସଙ୍ଗ ଲେଖା ହୋଇଛି, ‘ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି। ଏହାପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ଯାହା ନିଷ୍ପତ୍ତି ନେବ ସ୍ବାଧୀନ ଭାବେ ନେଇପାରିବ । ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।’

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ଇତି ମଧ୍ୟରେ ୧୧ଦିନ ବିତିବାକୁ ବସିଥିବା ବେଳେ ତାଙ୍କ ଡାଏରୀରୁ ମିଳିଛି ଏପରି ଚାଞ୍ଚଲ୍ୟକର ତଥ୍ୟ। ଏହି ଡାଏରୀ ୨୦୨୧ ଫେବୃଆରୀ ୨୩ ତାରିଖରେ ଲେଖାଯାଇଥିବା ଜଣାଯାଇଛି। ଉଭୟଙ୍କ ବୈବାହିକ ସମ୍ପର୍କ ଠିକ୍‌ ନଥିବା ଏହି ଲେଖାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି।