କାନପୁର ଏନକାଉଣ୍ଟର ଘଟଣା: ଏନକାଉଣ୍ଟର ପୂର୍ବରୁ ଥାନାରୁ ଅଭିଯୁକ୍ତ ବିକାଶ ଦୁବେକୁ ଫୋନ ହୋଇଥିଲା

କାନପୁର,ଏଜେନ୍ସି: କାନପୁର ଏନକାଉଣ୍ଟର ପୂର୍ବରୁ ମୁଖ୍ୟ ଅଭିଯୁକ୍ତକୁ ଥାନାରୁ ଫୋନ ହୋଇଥିବା ଜଣାପଡ଼ିଛି। ଥାନାରୁ ଦୟାଶଙ୍କର ଅଗ୍ନିହୋତ୍ରି ଏନକାଉଣ୍ଟର ପୂର୍ବରୁ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଫୋନ କରି ଏନକାଉଣ୍ଟର ସୂଚନା ଦେଇଥିବାର ପୁଲିସ ସୂଚନା ପାଇ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଏନକାଉଣ୍ଟର ପୂର୍ବରୁ ପୁଲିସ ଷ୍ଟେସନରୁ ବିକଶଙ୍କୁ ଫୋନକଲ ଆସିଥିଲା। ପରେ ଦୁବେ ତାଙ୍କର ୨୦ରୁ ୩୦ ସାଥିଙ୍କୁ ସେଠାକୁ ଡାକି ପୁଲିସ ଉପରକୁ ଗୁଳି ଚଳାଇଥିଲେ।

ସୂଚନା ଅନୁସାରେ ଶୁକ୍ରବାର ଭୋରରେ ପୁଲିସ କାନପୁରର କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଓ ତା ସାଥିଙ୍କ ଗୁଳିରେ ୮ ପୁଲିସଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୭ ଜଣ ପୁଲିସ ଗୁରୁତର ଆହତ ହୋଇଥିଲେ। ଏହାପରେ ଅଭିଯୁକ୍ତମାନେ ସେଠାରେ ଖସିପଳାଇଥିଲେ।