ବଲାଙ୍ଗିରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ସଂଖ୍ୟା ୨୧୬କୁ ବୃଦ୍ଧି

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ସ୍ଥାନୀୟ ଓ ଜଣେ କ୍ୱାରେଣ୍ଟାଇନରୁ ବୋଲି ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଦୁଇଜଣ ପୁଇଁନ୍ତଲା ବ୍ଲକର ହୋଇଥିବା ବେଳେ ଜଣେ ପାଟଣାଗଡ଼ ବ୍ଲକର ବୋଲି ଜଣାପଡ଼ିଛି। ପୁଇଁନ୍ତଲା ବ୍ଲକ ଛତାମଖନା ପଞ୍ଚାୟତର ଜାମସର ଗାଁରୁ ଚିହ୍ନଟ ହୋଇଥିବା ଦୁଇ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ଜଣେ ୫୫ ବର୍ଷୀୟା ମହିଳା ଓ ଅନ୍ୟଜଣେ ୧୪ ବର୍ଷର ନାବାଳିକା ରହିଛନ୍ତି। ସେହିପରି ପାଟଣାଗଡ଼ ବାଲିପଟା ଗାଁରୁ ଜଣେ ୫୫ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି। ସେ ତାମିଲନାଡ଼ୁରୁୁ ଫେରି ଜୁନ ୧୩ରୁ ୨୬ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ ଓ ୨୭ରୁ ହୋମ କ୍ୱାରେଣ୍ଟାଇନରେ ଥିଲେ । ଏଥିସହିତ ସ୍ଥାନୀୟ ସଂକ୍ରମଣ ବାହାରିବା ଯୋଗୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜାମସର ଗାଁକୁ ସଟଡାଉନ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୬ରେ ପହଂଚିଥିବା ବେଳେ ୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୧ଜଣ ଚିକିତ୍ସିତ ହେଉଛନ୍ତି।