ସୁପ୍ରିମକୋର୍ଟରୁ କଙ୍ଗନାଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । କଙ୍ଗନା ରନାୱତଙ୍କ ସୋସିଆଲ ମିଡିଆ ପୋଷ୍ଟ ବିରୋଧରେ ଦାୟର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । କିନ୍ତୁୁ ଉକ୍ତ ମାମଲାରେ ଯାଞ୍ଚ ଜାରି ରଖିବାକୁ ମୁମ୍ବାଇ ପୁଲିସକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କଙ୍ଗନା ରନାୱତଙ୍କ ବିରୋଧରେ ଏହି ପିଟିସନ ଜଣେ ଓକିଲ ଦାୟର କରିଥିଲେ । ଏହି ପିଟିସନ ୩ କୃଷି ଆଇନକୁ ବିରୋଧ କରୁଥିବା ସିଖ ସମୁଦାୟ ବିରୋଧରେ ପୋଷ୍ଟକୁ ନେଇ ହୋଇଥିଲା । ଏଥିରେ ଅଭିନେତ୍ରୀଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟର ସେନ୍ସରସିପ ଆବେଦନକାରୀ ଦାବି କରିଥିଲେ । କିନ୍ତୁ ଏହା ଉପରେ ଶୁଣାଣୀ କରିବାକୁ କୋର୍ଟ ସିଧାସଳଖ ମନା କରି ଦେଇଥିଲେ ।