ନିର୍ଦ୍ଧାରିତ ସମୟରେ ରିଲିଜ ହେବ ଆମିରଙ୍କ ଆଗାମୀ ଫିଲ୍ମ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ଫ୍ୟାନଙ୍କ ପାଇଁ ଖୁସି ଖବର । କାହିଁକି ନା ଫିଲ୍ମଟି ନିର୍ଦ୍ଧାରିତ ସମୟରେ ରିଲିଜ ହେବ । ଏନେଇ ଫିଲ୍ମ ନିର୍ମାତା ଟ୍ୱିଟ୍ କରି ଆନୁଷ୍ଠାନିକ ରୂପେ ଘୋଷଣା କରିଛନ୍ତି । ଫଳରେ ଫିଲ୍ମଟି ବୈଶାଖୀ ଅବସରରେ ଏପ୍ରିଲ ୧୪ରେ ରିଲିଜ ହେବ ।

ସୂଚନାଯୋଗ୍ୟ, ‘ଲାଲ ସିଂହ ଚଡ୍ଡା’ ଫିଲ୍ମରେ ଆମିର ଖାନଙ୍କ ସହ କରିନା କପୁର ଖାନ୍ ମଧ୍ୟ ନଜର ଆସିବେ । ଏହି ଫିଲ୍ମଟି ୧୯୯୪ରେ ରିଲିଜ ହୋଇଥିବା ଇଂରାଜୀ ଫିଲ୍ମ ‘ଫରେଷ୍ଟ ଗଂପ’ର ରିମେକ । ଫିଲ୍ମର ନିର୍ଦ୍ଦେଶନା ଭାର ଅଦ୍ୱେତ ଚନ୍ଦନ ତୁଲାଇଛନ୍ତି ।