କରୋନା କଟକଣା ଉଲ୍ଲଘଂନ : ରାସ୍ତାରେ ନାଚି ୫ ହଜାର ଦେଲେ ଜୋରିମାନା

ଫୁଲବାଣୀ,ଏନ୍ଏନ୍ଏସ୍: କରୋନା କଟକଣା ଉଲ୍ଲଘଂନ କରିବା ଅଭିଯୋଗରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଓ ସହସିଲଦାର କଳାକୃଷ୍ଣ ପ୍ରଧାନ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଆଜି କିରୀକୁଟି ସ୍ଥିତ ଏମୁ ପକ୍ଷୀ ପାର୍କରେ ଅଚାନକ ଭାବେ ଚଢଉ କରି ଜୋରିମାନା ଆଦାୟ ହୋଇଥିବା ବେଳେ ସିମନାବାଡ଼ି ବଜାରେ ନିକଟରେ  କିଛି ଯୁବକ ଭୋଜି କରି ଫେରିବା ବେଳେ ଗାଡ଼ିରେ ଡ଼ିଜେ ବଜାଇ ରାସ୍ତା ଉପରେ ନାଚୁଥିବାରୁ ୫ ହଜାର ଟଙ୍କା ଜୋରିମାନା ଗଣିଛନ୍ତି। ସେହିପରି ଦାରିଙ୍ଗବାଡ଼ି ଥାନା ପକ୍ଷରୁ ମଧ୍ୟ ବଜାର ଉପରେ ତୁହାକୁ ତୁହା ଚଢ଼ଉ କରାଯାଇ ବିନା ମାକ୍ସରେ ବୁଲୁଥିବା ବ୍ୟକ୍ତିଙ୍କ ଠାରୁ ୩ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି।