କୋଭିସିଲ୍ଡ ପରେ କୋଭାକ୍ସିନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,ଏଜେନ୍ସି: ଗତକାଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ତଥା ଭାରତ ପାଇଁ ବିକଶିତ କରିଥିବା ସେରମ ଇନଷ୍ଟିଚ୍ୟୁଟର ’କୋଭିସିଲ୍ଡକୁ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଆଜି ଭାରତ ବାୟୋଟେକର ‘କୋଭାକ୍ସିନ୍’କୁ ଅନୁମତି ମିଳିଛି। ଶନିବାର ଜାତୀୟ ଔଷଧ ନିୟାମକର ବିଷୟ ବିଶେଷଜ୍ଞ କମିଟି ଭାରତ ବାୟୋଟେକର କରୋନା ଟିକା ‘କୋଭାକ୍ସିନ୍’ଉପରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ଟିକା ପାଇଁ କମ୍ପାନୀର ଆବେଦନ ଉପରେ ବିଚାର କରାଯାଇ ଅନୁମତି ଦିଆଯାଇଛି।