ଗଞ୍ଜେଇ ଧରି ବସ୍ କୁ ଅପେକ୍ଷା କରିଥିଲେ, ୩ ଗିରଫ

କ.ନୂଆଗାଁ,ଏନ୍ଏନ୍ଏସ୍: ଚୋରା ଗଞ୍ଜେଇ ଚାଲାଣ ପାଇଁ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ଠାରେ ଏକ ଯାତ୍ରୀବାହି ବସ୍ କୁ ଅପେକ୍ଷା କରିଥିବା ବେଳେ କ.ନୂଆଗାଁ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପଳାସୁଣି ଅଞ୍ଚଳର ଲାଲମୋହନ ତିଆରିଆ(୩୧) ଓ କୁଆଖାଇ ଅଞ୍ଚଳର ଏସକେ କାଲିମ୍ (୩୦) ଅନ୍ୟଜଣେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଅଞ୍ଚଳର ରଜିତ୍ ଦିଗାଲ (୨୮) ବୋଲି ଥାନା ସୂତ୍ରରୁ ପ୍ରକାଶ। ଏନେଇ ଏକ ମାମଲା ରୁଜୁ କରାଯାଇ ଆଜି ଗିରଫ ତିନିଜଣକୁ କୋର୍ଟ ଚାଲାଣ କରାଯାଇଛି।