ବିବାହ ପାଇଁ ରାଜି ନହେବାରୁ ଚେଙ୍କ ଦେଲା ଯୁବକ

ବରୀ, ଏନ୍ଏନ୍ଏସ୍ : ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନସ୍ଥ ଅଟିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଟିରା ଗ୍ରାମର ଦେବେନ୍ଦ୍ର ଜେନା (୨୮) ଜୈନିକ ୧୫ ବର୍ଷର ନାବାଳିକାକୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ନାବାଳିକା ଶରୀରର ବିଭିନ୍ନ ଯାଗାରେ ପିତଳ ଖଡିକା ଗରମ କରି ଚେଙ୍କ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ସମୟରେ ଉକ୍ତ ନା ବାଳିକାକୁ ବିବାହ କରିବା ପାଇଁ ବାଧ୍ୟ କରିବା ଓ ସେ ଅରାଜି ହେବାରୁ ସମ୍ପୃକ୍ତ ଯୁବକ ଜଣକ ତା ପିତା ମାତାଙ୍କ ସହଯୋଗରେ ଏଭଳି କାଣ୍ଡ ଭିଆଇଛି ବୋଲି ନାବାଳିକାର ମାଆ ବରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନାବାଳିକା ଚିକିତ୍ସିତ ହେଉଥିବା ବେଳେ ଅଭିଯୋଗକୁ ଭିତ୍ତିକରି ବରୀ ପୁଲିସ ପିତା ଉପେନ୍ଦ୍ରକୁ ଥାନାରେ ଅଟକ ରଖିଛି।