କନ୍ଧମାଳର ଲୋକଗୀତ ‘ଟୁପୁରୁ ଟାପୁର ବରଷା ପାନୀ’ ମୁକ୍ତିଲାଭ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳର ଲୋକଗୀତ ‘ଟୁପୁରୁ ଟାପୁରୁ ବରଷା ପାନୀ’  ମୁକ୍ତିଲାଭ କରିଛି। ସାରେଗାମା ନିବେଦିତ ଉକ୍ତ ଲୋକଗୀତରେ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ଚିତ୍ତରଞ୍ଜନ ସାହୁ ଓ ଚନ୍ଦ୍ରମା। ସଙ୍ଗୀତ ଏବଂ ସ୍ୱର ସଂଯୋଜନା କରିଛନ୍ତି ଅମୀର କୁମାର ସାହାଣୀ। ଗୀତାକାର ହେଉଛନ୍ତି ରଞ୍ଜିତ୍ ମୁଖୀ। ଟିଟୁ ମହାନ୍ତିଙ୍କ ପ୍ରଯୋଜନାରେ ଅନୁଷ୍ଠିତ ଏହି ଲୋକଗୀତର ରେକନିଷ୍ଟ ଅଛନ୍ତି ଅରୁଣ କୁମାର ନାୟକ ଏବଂ ବାଦ୍ୟଯନ୍ତ୍ରରେ କାହ୍ନୁ ଚରଣ ନାୟକ ,ଏନରାଜୁ , ଅଜିତ୍ କୁମାର ଓ ଉମେଶ କୁମାର ଥିବାବେଳେ ଏଥିରେ ସହଯୋଗ କରିଛନ୍ତି ଶିବମ ମହାନ୍ତି ଏବଂ ରୋମିଓ ପିଷ୍ଟୁ। ଏହି ଲୋକଗୀତ ସମଗ୍ର ରାଜ୍ୟରେ ନିଶ୍ଚିତ ଭାବେ ଲୋକାଭିମୁଖୀ ହେବ ବୋଲି ଗୀତିକାର ଶ୍ରୀ ମୁଖୀ ଆଶା କରିଛନ୍ତି।