ଘୂର୍ଣ୍ଣିବଳୟ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡଘଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ତେଲଙ୍ଗାନା ଉପରେ ଥିବା ଅପବାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଓଡ଼ିଶା ଉପରେ ଅବପାତର କୌଣସି ପ୍ରଭାବ ନଥିଲେ ମଧ୍ୟ ଟ୍ରଫ ଓ ଘୂର୍ଣ୍ଣିବଳୟ ପ୍ରଭାବରେ କିଛି ସ୍ଥାନରେ ବର୍ଷା ଲାଗିରହିଛି। ଭୁବନେଶ୍ୱର ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଜାରି ରହିଛି। ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଆସନ୍ତା ୪୮ଘଣ୍ଟାରେ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।