ଅର୍ଥ ସାଜିଲା ବାଧକ : ନିଜେ କାଟିଦେଇଥିଲେ ମାଂସ ପିଣ୍ଡୁଳା

ଫୁଲବାଣୀ/ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ଗରିବ ଓ ଅଶିକ୍ଷିତର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଦାସିଙ୍ଗବାଡ଼ି ପଂଚାୟତର ଗଡ଼ପକାଲି ଗ୍ରାମର। ୫୦ ବର୍ଷର ଏକ ବ୍ୟକ୍ତି ମଶା ମୁଠାମାଝୀ ଗତ ୫ ବର୍ଷ ତଳେ ତାଙ୍କର ପିଠିରେ ଏକ ମାଂସ ପିଣ୍ଡୁଳା ବାହାରିଥିଲା। ଦିନକୁ ଦିନତାହା ବଡ଼ ହେବା ଯୋଗୁଁ ସେ ଗତ ୩ ବର୍ଷ ତଳେ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ।

ସେହି ସମୟରେ ଦାୟିତ୍ୱରେ ଥିବା ଡ଼ାକ୍ତର ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡ଼ିବ ବୋଲି କହି ତାଙ୍କୁ ଫେରାଇ ଦେଇଥିବା ବେଳେ କୌଣସି ଉପାୟ ନପାଇ ଉକ୍ତ ବ୍ୟକ୍ତିଜଣକ ଉକ୍ତ ମାଂସ ପିଣ୍ଡୁଳାକୁ ନିଜେ ଏକ ଛୁରିରେ କାଟି ଦେଇଥିଲେ ନିଜ ଘରେ। ପରେ ଉକ୍ତ ସ୍ଥାନରେ ବଭିନ୍ନ ପ୍ରକାର ଜଡ଼ିବୁଟି ଦେଇ ଭଲ କରିଦେଇଥିଲେ ମଧ୍ୟ ପରବର୍ତି ସମୟରେ ଉକ୍ତ ମାସ ପିଣ୍ଡୁଳା ବଢିବାକୁ ଲାଗିଛି। ତିନିବର୍ଷ ହେଲା ସେ ଏଭଳି କଷ୍ଟରେ ଜୀବନ ମଧ୍ୟ ବିତାଉଛନ୍ତି।

କୁଲି ମଜୁରି କଲେ ପରିବାର ଚଳିଥାଏ। ତେବେ ବର୍ତ୍ତମାନ ଉକ୍ତ ମାଂସ ପିଣ୍ଡୁଳା ଏତେ ବଡ଼ହୋଇ ଗଲାଣି ଯେ ସେ କାମ କରିବା ମଧ୍ୟ ସକ୍ଷମ ହେଉନାହାନ୍ତି। ଅସ୍ୱାଭିବିକ୍ ଭାବେ ବୃଦ୍ଧି ପାଉଥିବା ଏହି ଗରୀବ ଓ ଅସହାୟକ ବ୍ୟକ୍ତିଙ୍କର ଚିକିତ୍ସା କରିବାରେ ଜିଲ୍ଲା ପ୍ରଶାସନ ସହଯୋଗାର ହାତ ବଢାଇବା ନିତ୍ୟାନ୍ତ ଆବଶ୍ୟକ ହୋଇ ପଡ଼ିଛି। ମୂଲ ଲାଗିଲେ ଘର ଚଳୁଥିବା ଉକ୍ତ ବ୍ୟକ୍ତିଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି। ସରକାରୀ ସହାୟକ କଲେ ତାହା ଅସ୍ତ୍ରୋପଚାର ହୋଇ ପାରିବ ଓ ତାଙ୍କ ପରିବାର ପୁଣିଥରେ ହସି ଉଠିବ ବୋଲି ଅଂଚଳବାସୀ ଦାବି କରିଛନ୍ତି। ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟିଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।