କନ୍ଧମାଳରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ: ସ୍ଥିତି ପରକ୍ଷିଲେ ଜିଲ୍ଲାପାଳ

ରାଇକିଆ,ଫୁଲବାଣୀ,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱାର୍ଡ ଲେବଲ କମିଟି ଗଠନ କରାଯାଇ ସାରା ଜିଲ୍ଲାରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ଏହି ଅବସରରେ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା.ଡି ରାଇକିଆ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାପାଳଙ୍କ ସମେତ ବିଡିଓ ପ୍ରବୀଣ କୁମାର ବାଣୁଆ, ତହସିଲଦାର ସାରଦାକାନ୍ତି ଦଳାଇ, କୋଭିଡ ଦାୟିତ୍ୱରେ ଥିବା ନୋଡ଼ାଲ ଅଧିକାରୀ ଡା. ଦେବାଶିଷ ଜେନା ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀମାନେ ଏହି ସମୟରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ସ୍ଥାନୀୟ ସଂକ୍ରମଣ ହୋଇଥିବାରୁ ରାଇକିଆ ସହର ସମେତ ଆଖପାଖର ପ୍ରାୟ ୧୩ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏଥିସହିତ ୧୭ଟି ଗ୍ରାମକୁ ବଫର ଜୋନ୍ ଭାବେ ମଧ୍ୟ ଘୋଷଣା କରାଯାରଇଛି। ଏହି ସମୟର ସ୍ୱାସ୍ଥ୍ୟ ବିଭାଗ, ଅଶା ଓ ଅଙ୍ଗନବାଡି କର୍ମୀ ଘରକୁ ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି।