ଆଜି ଜଣେ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେଣି ୧୫୮

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରୁ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଜଣେ ୨୪ ବର୍ଷୀୟା ମହିଳା। ନିକଟରେ ସେ କେରଳରୁ ଫେରି ରାଇକିଆ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଙ୍ଗରୋଧରେ ଥିଲେ। ସ୍ୱାବ୍ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି।। ସେମଧ୍ୟରୁ ୧୫୮ ଜଣ ସୁସ୍ଥହୋଇ ଘରକୁ ଫେରି ଯାଇଥିବାବେଳେ ବାକି ୨୦ ଜଣ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।