ମହାରାଷ୍ଟ୍ରରେ ୬୮ କଏଦୀଙ୍କୁ କରୋନା

ମୁମ୍ବାଇ,ଏଜେନ୍ସି: କରୋନା ଭୂତାଣୁକୁ ନେଇ ସାରାଦେଶ ଚିନ୍ତାରେ ଥିବାବେଳେ ଆଉ ଏକ ଦୁଃଖଦ ଖବର ଆସିଛି। ବିନା ଲକ୍ଷ୍ୟଣରେ ଆଜି ମହାରାଷ୍ଟ୍ରର ଅକୋଲା ଜେଲରେ ୬୮ କଏଦୀ କୋଭିଡ-୧୯ ପଜିଟିଭ ଟିହ୍ନଟ ହୋଇଛନ୍ତି। ଅକୋଲା ଉପଜିଲ୍ଲାପାଳ ସଞ୍ଜୟ ଖଡସେ ରବିବାର ଏହି ସୂଚନା ଦେଇଛନ୍ତି। ତେବେ କୌଣସି ବନ୍ଦୀଙ୍କ ଠାରେ ଲକ୍ଷଣ ନଥିଲେ ହେଁ ସେମାନେ ପଜେଟିଭ୍ ଚିହ୍ନଟ ହେବା ଏବେ ସମସ୍ତଙ୍କୁ ଚକିତ କରିଛି। ସଂକ୍ରମିତ ଚିହ୍ନଟ ସମସ୍ତ କଏଦୀଙ୍କୁ ଜେଲ ମଧ୍ୟରେ ଥିବା ଆଇସୋଲେସନ ୱାର୍ଡକୁ ସ୍ଥାନାନ୍ତରଣ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ରିପୋର୍ଟ ଜାରି ହୋଇଥିବାବେଳେ ବିନା ଲକ୍ଷଣର ସଂକ୍ରମିତଙ୍କୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି। ତେବେ କେବଳ କଏଦୀ ନୁହଁନ୍ତି ଜେଲରେ ଅନ୍ୟ ୨୦ ଜଣ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।