କଳିକେଶଙ୍କ ମାରାଥନ ଭିଜିଟ୍

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରର ପୂବର୍ତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଆଜି ମାରାଥନ ଭିଜିଟ କରି ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିକୁ ନେଇ ଅନଧ୍ୟାନ କରିଥିଲେ। ସକାଳେ ପ୍ରଥମେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ସିଏନ୍ଆଇ ଚର୍ଚ୍ଚ, ଜଗର୍ସ ପାର୍କ ଓ ପରେ ନିର୍ମାଣାଧୀନ ବସ୍ ଟର୍ମିନାଲ ପରିଦର୍ଶନ କରିଥିଲେ। କଳିକେଶ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ଯାଇ ଜମିର ପୁରୁଣା ରେକର୍ଡ ଓ ଜମି ଅଧିଗ୍ରହଣର ବିଭିନ୍ନ ତରିକା ଉପରେ କୁଳପତି ଓ ରେଜିଷ୍ଟାରଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ମଧ୍ୟ ବିଭିନ୍ନ ସମସ୍ୟା କଳିକେଶଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଉ ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କଳୀକେଶ ପ୍ରତିଶ୍ରୁତି ଦେଇଥିଲେ। ଅପରାହ୍ନରେ ଭୀମଭୋଇ ମେଡିକାଲରେ କର୍ତୃପକ୍ଷଙ୍କୁ ଭେଟି ମେଡିକାଲ ଉପକରଣ ଓ ଅକ୍ସିଜେନ ପ୍ଲାଣ୍ଟ ପ୍ରଦାନ କରିଥିଲେ। କଳିକେଶଙ୍କ ଏହି ଗସ୍ତ ସମୟରେ ଦଳର ସମସ୍ତ ବିଶିଷ୍ଟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।