ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ବାରକୋଟ କାଳୀ ପୂଜା ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଜାରି ରହିଛି । ବାରକୋଟ କାଳୀ ପୂଜା କମିଟି ଆନୁକୂଲ୍ୟରେ ଆୟୋଜିତ ଏହି ପୂଜା ୨୮ତମ ବର୍ଷରେ ପଦାର୍ପଣ କରିଥିବାବେଳେ ବିଗତ ୨ବର୍ଷ ହେବ କରୋନା କଟକଣା ଯୋଗୁ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ପଡ଼ିଥିଲା । ସେଥିପାଇଁ ଚଳିତ ବର୍ଷ କଟକଣା ମୁକ୍ତ ମେଳା ଯୋଗୁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ୧୦ଦିନ ଧରି ହେବାକୁ ଥିବା ଏହି ପୂଜାକୁ ଦୃଷ୍ଟିରେ ରଖି ଆୟୋଜକ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ମୀନା ବଜାର, ଦୋଳି, ଅପେରା ଓ ମେଲୋଡ଼ି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।