ବାଲେଶ୍ୱରରୁ ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୬ ଗିରଫ

ବାଲେଶ୍ୱର,ଏନ୍‌ଏନ୍‌ଏସ୍‌: ବାଲେଶ୍ୱରର ଫୁଲାଡ଼ି ଅଞ୍ଚଳରୁ ସହଦେବ ଖୁଣ୍ଟା ଥାନା ପୁଲିସ ୧୦କିଲୋ ୬୦୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୧ କୋଟି ଟଙ୍କା ହେବ । ଏଥିସହିତ ଜଣେ କିଙ୍ଗପିନ୍ ସମେତ ୬ଜଣଙ୍କୁ ଗିରଫ କରାଯାଇଛି । ଏନେଇ ପୂର୍ବାଞ୍ଚଳ ଆଇଜି ଓ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।