ଛନଛଡ଼ା ଗାଁରେ ଗଜଲଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଛନଛଡ଼ା ଗାଁରେ ଆଜି ଗଜଲଷ୍ମୀ ପୂଜ ପାଇଁ କଳସ ଶାଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୧୦୮ କଳସରେ ସ୍ଥାନୀୟ ଜଳାଶୟରୁ ପାଣି ଆଣି ପୂଜା ମଣ୍ଡରେ ସ୍ଥାପନ କରଯାଇଥିଲା । କର୍ତ୍ତାଭାବେ ଲିଙ୍ଗରାଜ ବେହେରା ଓ ଧର୍ମପତ୍ନୀ ହୋଲିଶ୍ୱରୀ ବେହେରା ଦାୟିତ୍ୱ ତୁଲାଇ ଥିବାବେଳେ ସୁରେଶ ପୁରୋହିତ, ଶ୍ୟାମ ପୁରୋହିତ ଓ ଭିକ ପୁଝାରି ପୂଜକ ଭାବେ ପୂଜାର୍ଚ୍ଚନା କରିଥିଲେ । ଟିକ୍ରାପଡ଼ା ଜିଲ୍ଲା ପରିଷଦ ହିମାଞ୍ଚଳ ବୁଡ଼େକ, ଦାମୋଦର ମହାକୁର, ରଞ୍ଜିତ ପାଢ଼ୀ, ଦୟା ସାଗର ମହାକୁର, ଲାଲ ବିହାରୀ ଭୋଇ, ସୁଦର୍ଶନ ମହାକୁର, ରାମଦାସ ପୁଟେଲ, ଦୁର୍ଣ୍ଣ ରଣା, ସୁଦର୍ଶନ ବଗର୍ତ୍ତୀ, ଉପେନ୍ଦ୍ର ସାହୁ, ଅରୁଣ ଭୋଇ, ପିଙ୍କୁ ଭୋଇ, ରମେଶ ବାଗ ଓ ଡୋଳାମଣି ରଣା ପ୍ରମୁଖ ସହଯୋଗ କରୁଛନ୍ତି ।