ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଛି । ଜମ୍ମୁ-କଶ୍ମୀରର କଠୁଆ ଅଞ୍ଚଳରୁ ୩ ଲେଖାଏଁ ଆଇଡି ଓ ଷ୍ଟିକ ବମ୍ ସୁରକ୍ଷାବଳ ଜବତ କରିଛି । ଏତଦବ୍ୟତୀତ କଠୁଆ ଅଞ୍ଚଳର ବୋର୍ଡର ପାଖରୁ ପୁଲିସ ସନ୍ଦିଗ୍ଧ ବେଲୁନ ମଧ୍ୟ ଜବତ କରିଛି । ଉକ୍ତ ବେଲୁନରେ ‘ଆଇ ଲଭ ପାକିସ୍ତାନ’ ଲେଖା ହୋଇଛି । ସୁରକ୍ଷା ଏଜେନ୍ସି ଏହି ବେଲୁନକୁ ଯାଞ୍ଚ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଉଧମପୁର ବିସ୍ଫୋରଣ ପରେ ସତର୍କ ଜିଲ୍ଲା ପୁଲିସ ଜୈଶ ଆତଙ୍କବାଦୀ ଜାକିର ହୁସେନ ଭଟ୍ଟକୁ ଗିରଫ କରିଥିଲା । ଜାକିରକୁ ପଚରାଉଚୁରା ପରେ କଠୁଆ ଅଞ୍ଚଳରେ ସର୍ଚ୍ଚ କରିବାରୁ ସେଠାରୁ ବିପୁଳ ମାତ୍ରାରେ ବିସ୍ଫୋରକ ଜବତ ହୋଇଥିଲା । ଉକ୍ତ ଅଞ୍ଚଳରେ ଏବେ ବି ସୁରକ୍ଷାବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।