ପରଲୋକରେ ପୂର୍ବତନ ସାଂସଦ ସୁବାଷ ନାୟକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡିର ପୂର୍ବତନ ସାଂସଦ ସୁବାଷ ଚନ୍ଦ୍ର ନାୟକଙ୍କ ପରଲୋକ । ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ।

ଦୀର୍ଘ ଦିନ ଧରି ସେ ଅସୁସ୍ଥ ରହିଥିବାରୁ ଘରେ ରହି ଚିକିତ୍ସିତ ହେଉଥିଲେ । ୧୯୯୧ ମସିହାରେ କଳାହାଣ୍ଡି ଜିଲ୍ଲାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ସୁବାଷ ଚନ୍ଦ୍ର ନାୟକ । ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟରେ ସେ ଥିଲେ ଜଣେ ପୁରୋଧା । ତାଙ୍କର ଦେହାନ୍ତରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।

ପୂର୍ବତନ ସାଂସଦ ସୁବାଷ ଚନ୍ଦ୍ର ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ”କଳାହାଣ୍ଡିର ପୂର୍ବତନ ସାଂସଦ ସୁବାଷ ଚନ୍ଦ୍ର ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛନ୍ତି’ ।